ଆଦିବାସୀ ମହାବିଦ୍ୟାଳୟରେ ୪୧ତମ ସ୍ଵନକ୍ଷତ୍ର ସମାରୋହ ଦିବସ ପାଳନ

283
ADVERTISEMENT

ଫୁଲବାଣୀ,୩୧/୮(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ତରଫରୁ ସ୍ଵନକ୍ଷତ୍ର ଦିବସ ପାଳନ ହୋଇଯାଇଛି । ଏହି ସମାରୋହରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ଏନଏସି ଅଧକ୍ଷା ମମତା ବେହେରା, ଉପାଧକ୍ଷ ଲୋକନାଥ ପାଢ଼ୀ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡା ଓକିଲ ସଂଘର ସଭାପତି କୌଶିକ ସାହୁ, ଆଦିବାସୀ ମହାବିଦ୍ୟାଳୟର ଅଧକ୍ଷ ଶରତ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଏହି ସମାରୋହକୁ କାର୍ତ୍ତିକ ଚନ୍ଦ୍ର ସି ପରିଚାଳନା କରିଥିଲେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ ପରିବେଷଣ କରିଥିଲେ ଏହା ପରେ ଅତିଥି ମାନେ ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ ଶେଷରେ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ସି ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement