ବିନାୟକ ଆଚାର୍ଯ୍ୟଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପାଳିତ

318
ADVERTISEMENT

ବ୍ରହ୍ମପୁର,୩୦/୮(ରାଜେଶ କୁମାର ରଣା) : ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିନାୟକ ଆଚାର୍ଯ୍ୟ ସ୍ମୃତି ବକ୍ତୃତାମାଳା ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଶ୍ରୀମତୀ ପ୍ରମିଳା ଖାଡଙ୍ଗା ମୋହଦୟା ସଭାରେ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ବ୍ରହ୍ମପୁରର ଲୋକସଭା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ସେ ଏଥିସହିତ ତାଙ୍କ ସ୍ମୃତି ରୋମନ୍ଥନ ପୂର୍ବକ ଶିକ୍ଷକତା ଜୀବନରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରି ଉପସ୍ଥିତ ସଭାସଦ ବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଏତଦବ୍ୟତୀତ ସକ୍ରିୟ ସମାଜ ସେବୀ ଶ୍ରୀଯୁକ୍ତ କାହ୍ନୁ ଚରଣ ପାତ୍ର ଓ ପୂର୍ବତନ ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ସାହୁ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ସଭାରେ ମୁଖ୍ୟବକ୍ତା ଭାବରେ ରାଜଧାନୀ ମହାବିଦ୍ୟାଳୟ ଭୁବନେଶ୍ୱରର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡ଼ଃ ଦେବାଶିଷ ପାତ୍ର ଯୋଗଦେଇ ସର୍ଜନସିଳ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତଦଭିନ୍ନ ସଂଯଜକ ଡ଼ଃ ଆନନ୍ଦ ସେଠି ଓ ମହାବିଦ୍ୟାଳୟ ର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ NSS ଓ YRC ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପାତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସର୍ବଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପରିଡ଼ାଙ୍କ ଧନ୍ୟବାଦ ଅର୍ପଣପୁର୍ବକ ସଭକାର୍ଯ୍ୟ ସାଙ୍ଗ ହୋଇଥିଲା ।

Advertisement