ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ

246
ADVERTISEMENT

ବ୍ରହ୍ମପୁର,୨୯/୮(ରାଜେଶ କୁମାର ରଣା) : ସହକାରୀ ଶିକ୍ଷକ ସଦାନନ୍ଦ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଗଉଞ୍ଜୁ ହାଇସ୍କୁଲର ଶିକ୍ଷକ ଅଛନ୍ତି ସଦାନନ୍ଦ ପାଢ଼ୀ ।

ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ବ୍ରହ୍ମପୁର ଆଙ୍କୁଲି ନିକଟସ୍ଥ ଗୋବିନ୍ଦ ନଗରରେ ତିନି ମହଲା କୋଠା, ଦୁଇ ମହଲା କୋଠା, ଗଉଞ୍ଜୁଠାରେ ଥିବା ଘର ଏବଂ ସ୍କୁଲ ସହ ୪ଟି ସ୍ଥାନରେ ଚାଲିଛି ଚଢାଉ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ଏହି ଚଢାଉ ଚାଲିଥିବା ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।

Advertisement