ଦିଗପହଣ୍ଡି,୨୯/୮ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବସନ୍ତ ସେଠି । ଦାଇତ୍ଵ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ଚୋରାରେ ମଦ ବିକ୍ରି କରୁଥିବା ୪ ଜଣଙ୍କୁ ଗିରଫ କରି ସମସ୍ତଙ୍କ ଆସ୍ଥାଭାଜନ ଓ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ମିଳିଥିବା ସୂଚନା ମୁତାବକ ଗୋକର୍ଣପୁର ଗ୍ରାମର ରାମଚନ୍ଦ୍ର ବାଡ଼ତ୍ୟା ଓ ନରେନ୍ଦ୍ରପୁରର କଂଗ୍ରେସ ସାହୁ ଠାରୁ ଦେଶି ମଦ ଜବତ କରିଛନ୍ତି ଏବଂ ଗୋକର୍ଣପୁରର ଅଜୟ ଦୋରା ଓ ଦିଗପହଣ୍ଡିର ନିମେଇ ବେହେରାଙ୍କ ଠାରୁ ଦେଶି ମଦ ଜବତ କରି କେଶ ନଂ ୧୫୯,୧୬୦,୧୬୧ ଓ ୧୬୨ ରେ ୪ ଜଣକୁ କୋର୍ଟ ଚାଲାଣ କରିଛନ୍ତି ।

















