ବ୍ରହ୍ମପୁର,୨୯/୮ (ଲଷ୍ମୀ ନାରାୟଣ ମିଶ୍ର) : ହାଇକୋର୍ଟର ସ୍ଥାୟୀ ବେଂଚ୍ ଦାବୀ ରେ ଗଞ୍ଜାମ ଓକିଲ ସଂଘଙ୍କ କାର୍ଯ୍ୟ ବନ୍ଦ ଆଜି ୨ୟ ଦିନରେ ସଂଘ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରିବା ପରେ,କମାପଲ୍ଲି ଛକ ଠାରେ ରାସ୍ତାରୋକ କରାଯାଇଥିଲା । ହାଇକୋର୍ଟ ସ୍ଥାୟୀ ବେଂଚ ପାଇଁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଆଇନଜୀବୀ ମାନେ ପ୍ରକାଶ କରିଛନ୍ତି । ସଂଘର ସଭାପତି ରବି ପାଣିଗ୍ରାହୀ, ସଂପାଦକ କୈାଲାଶ ପାଣିଗ୍ରାହୀ, ସହସମ୍ପାଦକ କିରଣ କୁମାର ମଣ୍ଡଳ, ଉପସଭାପତି ଚିତ୍ତରଞ୍ଜନ ଶତପତି ସମେତ ଆଇନଜୀବୀ ବସନ୍ତ ପଣ୍ଡା, କୁନାଲ ସାହୁ, ପ୍ରକାଶ ଦାସ, ରଘୁନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
















