Monday, September 21, 2026
ADVERTISEMENT
Home ଆଞ୍ଚଳିକ ନିର୍ବାଚନକୁ ଦୃଷ୍ଟିରେ ଫ୍ଲାଇଂ ସ୍କ୍ବାଡ୍‌ର ଚଢ଼ାଉ ଜାରି

ନିର୍ବାଚନକୁ ଦୃଷ୍ଟିରେ ଫ୍ଲାଇଂ ସ୍କ୍ବାଡ୍‌ର ଚଢ଼ାଉ ଜାରି

316
ADVERTISEMENT

ବ୍ରହ୍ମପୁର,(ଦୁନିଆ ହାଲ୍ ଚାଲ୍):ନିର୍ବାଚନକୁ ଦୃଷ୍ଟିରେ ଫ୍ଲାଇଂ ସ୍କ୍ବାଡ୍‌ର ଚଢ଼ାଉ ଜାରି ରହିଛି। ବ୍ରହ୍ମପୁର ସହର ଉପକଣ୍ଠ ଜଗନ୍ନାଥପୁର ଛକ ନିକଟରେ ଯାନବାହନ ଯାଞ୍ଚ ବେଳେ ପୁଲିସ ଏକ ବାଇକରୁ ନଗଦ ୭ଲକ୍ଷ ଟଙ୍କା ଜବତ କରିଛି। ବାଇକକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ବାଇକ ଆରୋହୀ ଟଙ୍କାର ଉତ୍ସ ସଂପର୍କରେ ଉପଯୁକ୍ତ ପ୍ରମାଣ ଦେଖାଇ ପାରି ନ ଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସ୍କ୍ବାଡ ପ୍ରାୟ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ସେଥିମଧ୍ୟରୁ ପୁରୀରୁ ପାଖାପାଖି ୯ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ବ୍ରହ୍ମପୁରରୁ ୭ ଲକ୍ଷ ଟଙ୍କା ଜବତ କରାଯାଇଛି।

Advertisement