ବାଲିଗୁଡା,୨୯/୮ (ସୁରେଶ କୁମାର ପଣ୍ଡା) :ଓଡିଶା ନଲେଜ କରପୋରେସନ ଆନୁକୂଲ୍ୟରେ ସ୍ଥାନୀୟ ଆର.ଜେ.ଏଜୁକେସନାଲ ଇନଷ୍ଟ୍ୟୁସନ ତରଫରୁ ଦୁଇ ଦିନିଆ ନିଯୁକ୍ତି ଓ ପ୍ରଯୁକ୍ତି ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଆର.ଜେ. ଏଜୁକେସନାଲ ଇନଷ୍ଟ୍ୟୁସନର ମୁଖ୍ୟ ପରିଚାଳକ ଇଂ.ଅଭିଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୁନିଅର ଓ ଡିଗ୍ରୀ ମହାବିଦ୍ୟାଳୟର ସଭାଗୃହ ପରିସର ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ପାତ୍ର ଏବଂ ଦ୍ୱିତୀୟ ଦିନ ରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ସଭାଗୃହ ପରିସର ମଧ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର, ଛାତ୍ରୀ ମାନଙ୍କ ଉପସ୍ଥିତରେ ନିଯୁକ୍ତି ଓ ପ୍ରଯୁକ୍ତି ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏ ସମ୍ପର୍କରେ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଡି.ଏଲ.ସି.ରୁ ସୁଜିତ କୁମାର ଚୌଧୁରୀ, ରାଇକିଆ ଏ.ଏଲ.ସି. ରୁ ନିତ୍ୟାନନ୍ଦ ବିଶ୍ୱାସ, ଫିରିଙ୍ଗିଆ ଏ.ଏଲ.ସି. ରୁ କମଳା କାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନିଯୁକ୍ତି ଓ ପ୍ରଯୁକ୍ତି ଶିକ୍ଷା ଉପରେ ବିଦ୍ୟାର୍ଥୀ ମାନଙ୍କର ଦକ୍ଷତା କୁ ନେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ l ପରେ ପରେ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର,ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ I
















