ଆର.ଉଦୟଗିରି ,୨୯/୮(ପ୍ରଭାତ କୁମାର ପାତ୍ର) : ଆର.ଉଦୟଗିରି ଠାରୁ ୩କିମି ଦୂର ବାଦପୁର ଛକ ବୁଲାଣିଆ ଅଣ ଓସାରିଆ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବା ଯୋଗୁଁ ଆର.ଉଦୟଗିରି – ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ ଜନସାଧାରଣ ଅବରୋଧ କରିଥିଲେ । ଏହି ଅବରୋଧରେ ପୂଟୁରୁପଡାର ପୂର୍ବତନ ସରପଞ୍ଚ ଦୁଲଭ ରଇତ, ଆର.ଉଦୟଗିରିର ଉପାଧ୍ୟକ୍ଷ ନବିନ ରଇତ ପ୍ରମୁଖ ଯୋଗ ଦେଇଥିଲେ । ରାସ୍ତା ଅବରୋଧ କରିଥିବା ଜାଣି NH ର ନିର୍ବହୀ ଯନ୍ତ୍ରୀ ବିପ୍ରଚରଣ ପ୍ରଧାନ , ବିଡିଓ ପ୍ରଦୀପ କୁମାର ନାୟକ, ତହସିଲଦାର ସ୍କୃତିରଞ୍ଜନ ଶତପଥୀ, ଥାନା ଅଧିକାରୀ ମମତା ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ NH ନିର୍ବହୀ ଯନ୍ତ୍ରୀ ଏହି ରାସ୍ତାକୁ ଓସାରିଆ କରିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ୍ ହଟିଥିଲା । ଏହି ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷିବା ପାଇଁ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

















