ଗଞ୍ଜାମ ଜିଲ୍ଲାରେ ଡିଜିଟାଲ ପାଠପଢ଼ା, ଗୁରୁଦିବସରୁ ଆରମ୍ଭ ହେବ ‘ମଧୁ ଆପ୍’

363
ADVERTISEMENT

ଛତ୍ରପୁର,୨୯/୮(ଏଜେନସି ) : ଗଞ୍ଜାମ ଜିଲ୍ଲାର ସବୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ଏକ ମୋବାଇଲ୍ ଆପ୍। ଉକ୍ତ ଆପ୍‌ର ନାମ ରଖାଯାଇଛି ‘ମଧୁ’। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଅର୍ଥାତ୍‌ ଗୁରୁଦିବସଠାରୁ ଏହି ଆପ୍‌ ଆରମ୍ଭ ହେବ । ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଗଣିତ ଓ ବିଜ୍ଞାନର ୨୫ଟି ଭିଡିଓ ଅପଲୋଡ୍‌ କରାଯିବ। ଏହି ଆପ୍‌ରୁ ପଞ୍ଚମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଘରେ ବସି ବିଜ୍ଞାନ ଓ ଗଣିତ ପାଠ ଜାଣିପାରିବେ। ଆଗାମୀ ଦିନରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟରେ ଜିଲ୍ଲାର ବଛାବଛା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନକୁ ରେକର୍ଡିଂ କରାଯିବା ସହିତ ସେଥିରେ ଅପଲୋଡ୍‌ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ୫ମ,୬ଷ୍ଠ,୭ମ ଓ ୮ମ ଶ୍ରେଣୀର ପିଲା କିଛି ସମସ୍ୟା କାରଣରୁ ଯଦି ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି କିମ୍ବା ବିଦ୍ୟାଳୟରେ ପଢାଯାଇଥିବା ବିଷୟକୁ ଠିକ୍ ଭାବେ ବୁଝି ପାରିନାହାନ୍ତି, ସେମାନେ ଏହି ଆପ୍‌ର ସହାୟତା ନେଇପାରିବେ। ବିଦ୍ୟାଳୟ ପରେ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ ଓ ଟେଲିଭିଜନ ପ୍ରତି ଆଗ୍ରହ ଦେଖାଉଥିବାରୁ ଏହି ଆପ୍ ସେମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisement