ସନ୍ତୋଷିନୀ ଓରାମ ସଦରଥାନା ଅଧିକାରୀ ଭାବେ ଯୋଗଦେଲେ

353
ADVERTISEMENT

କୁକୁଡାଖଣ୍ଡି,୨୮/୮(ଇ ରଞ୍ଜନ) : ସଦରଥାନାରେ ନୂତନ ଥାନା ଅଧିକାରୀ ଭାବେ ସନ୍ତୋଷିନୀ ଓରାମ ଯୋଗଦେଇଛନ୍ତି । ପୂର୍ବରୁ ସେ ବ୍ରହ୍ମପୁର ଟାଉନ ଥାନାରେ କାର୍ଯ୍ୟରତ ଥିଲେ । ବର୍ତମାନର ଥାନା ଅଧିକାରୀ ଭାବନନ୍ଦ ପ୍ରଧାନଙ୍କୁ ଓଏଚଆରପିସି କୁ ବଦଳି ହୋଇଯିବାପରେ ଆଜି ନୂତନ ଥାନା ଅଧିକାରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଏସଆଇ ସୁରେଶସାହୁ,ବିଭୂତିସେଠୀ ,ଝୁନୁବାଳା ସାସମଲ ,ବାସନ୍ତୀ ବେହେରା,ଆଶାଲତା ଦାଶଙ୍କ ସହ କାର୍ଯ୍ୟରତ ସମସ୍ତ କନେଷ୍ଟବଳ,ହାବିଲଦାର ମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ସଦରଥାନାକୁ ଅପରାଧମୁକ୍ତ ଏବଂ ଶାନ୍ତିଶୃଖଂଳା ବଜାୟ ରଖିବା ଦିଗରେ ଚେଷ୍ଟା କରିବେ ବୋଲି ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।

Advertisement