ପାରଳାଖେମୁଣ୍ଡି ୨୮/୮(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଜପତି ଏସିପି ସାରା ଶର୍ମାଙ୍କ ଦ୍ୱାରା ପୁଣି ଏକ ମହତ୍ ଯୋଜନା “ଅକ୍ଷୟ ଦାନ ପାତ୍ର” ର ଶୁଭ ଉଦ୍ଘାଟନ ହୋଇଯାଇଛି।

ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ଯୋଜନାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉଛବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଯୋଗ ଦେଇଥିଲେ। ଜିଲ୍ଲାର ସବୁ ବଗର ଲୋକଙ୍କ ସୁବିଧା ପାଇଁ ମନରେ ସବୁବେଳେ ନୁଆନୂଆଁ ଚିନ୍ତାଧରାକୁ ନେଇ ଗଜପତି ଏସିପି ଅକ୍ଷୟ ଦାନ ପାତ୍ର ନାମକ ଏକ ନୂତନ ଏବଂ ମହତ୍ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗରିବ ଲୋକଙ୍କ ସାହାଯ୍ଯ ପାଇଁ କେତେକ ଦାନ ପାତ୍ରର ବ୍ୟବସ୍ଥା କରାଯାଇଛି। ପ୍ରତେକ ବ୍ୟକ୍ତି ନିଜନିଜର ସୁବିଧାକୁ ନେଇ ଅନ୍ୟ ଗରିବ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ସାହାଯ୍ୟ କରିବା ପାଇଁ ବ୍ୟବହାରିକ ଜିନିଷପତ୍ର ଯଥା ପୋଷାକପତ୍ର, ପାଠ ସାମଗ୍ରୀ, ଛୋଟ ଛୋଟ ପିଲାମାନଙ୍କ ଖେଳନା ସାମଗ୍ରୀ ଆଦି ମୁକ୍ତ ହସ୍ତରେ ଦାନ କରିପାରିବେ ବୋଲି ଆଜି ଏହି ଅକ୍ଷୟ ଦାନ ପାତ୍ର ଯୋଜନା ଆରମ୍ଭ କରାଯାଇଛି ବୋଲି ଗଜପତି ଏସପି ସାରା ଶର୍ମା ପ୍ରକାଶ କରି କହିଛନ୍ତି ଯେ ଅକ୍ଷୟ ଦାନ ପାତ୍ରରେ ଦାନ କରିବା ସମସ୍ତ ଜିନିସ ବ୍ୟବହାରରେ ଆବଶ୍ୟକିୟ ବ୍ୟକ୍ତିମାନେ ନେଇ ବ୍ୟବହାର କରିପାରିବେ। ଗଜପତି ଜିଲ୍ଲାପାଳ ଏହାର ଉଦଘାଟନ କରି କହିଛନ୍ତି ଯେ ସବୁ ବଗର ଲୋକଙ୍କ ଉନ୍ନତି ଓ ସାହାଯ୍ୟ ପାଇଁ ଏଭଳି କାର୍ଯ୍ୟ ଆରମ୍ଭ କରିବା ବେଶ ପ୍ରଶଂସନୀୟ ଅଟେ। ଅକ୍ଷୟ ଦାନ ପାତ୍ର ଶୁଭାରମ୍ଭ ପରେ ମହାରାଜାଙ୍କ ଡାଇମଣ୍ଡ ଜୂବୁଲି କୃଷ୍ଣ ଆଶ୍ରମରେ ଥିବା ଅନ୍ତେବାସୀ ମାନଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଅନୁପମ ସାହା ଅନ୍ତେବାସୀ ମାନଙ୍କୁ ଭୋଜନ ପରଷି ଥିବା ବେଳେ ଏସପି ସାରା ଶର୍ମା ନିଜେ ହାତରେ ସେମାନଙ୍କୁ ଖାଦ୍ୟ ଖୁଆଇବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ , ବିଭିନ୍ନ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
















