ମାପ ଓ ଓଜନ ବିଭାଗର ଚଢ଼ାଉ

242
ADVERTISEMENT

ବ୍ରହ୍ମପୁର,୨୮/୮(ରାଜେଶ କୁମାର ରଣା) : ବ୍ରହ୍ମପୁର ଉପଜିଲ୍ଲପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ନିର୍ଦ୍ଧେଶରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ମାପ ଓଜନ ବିଭାଗ ତରଫରୁ ବ୍ରହ୍ମପୁର ଦେଶୀ ବେହେରା ସାହିରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଯାଞ୍ଚ ସମୟରେ ଦେଖାଯାଇଥିଲା ଖାଇବା ତେଲ ଟିଣରେ ଇମେଲ ଠିକଣା ଏବଂ ଏମ ଆର ପି ନଥିବା ଅଭିଯୋଗରେ ତେଲ ପ୍ରସ୍ତୁତ କର୍ତ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତିରିଶି ହଜାର ଟଙ୍କା ଆଦାୟ ହୋଇଛି ଏବଂ ଗୋଟିଏ ଚିନି ହୋଲସେଲ ବ୍ୟବହାର କରୁଥିବା ଓଜନ ଯନ୍ତ୍ରର କାଗଜ ପତ୍ର ଦେଖାଇ ପାରି ନଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି I ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର ଜ୍ଞାନଜିତ ତ୍ରିପାଠୀ , ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାସ , ବରିଷ୍ଠ ନିରିକ୍ଷୀକ ସତ୍ୟଜିତ ବିଶ୍ୱାଳ ଏବଂ ଶିଶିର ସାହୁ ଅଂଶ ଗ୍ରହଣ କରିଥିଲେ I ଆଗାମୀ ଦିନରେ ଏହିପରି ଚଢ଼ାଉ ଉପଖଣ୍ଡରେ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି I

Advertisement