ମଧ୍ୟାହ୍ନ ଭୋଜନ କକ୍ଷ ଉଦଘାଟନ

286
ADVERTISEMENT

ଗୋଷାଣୀ ୨୮/୮(ପ୍ରଭାତ କୁମାର ପାତ୍ର) : ଗୋଷାଣୀ ବ୍ଲକ୍ ଗାରବଦ୍ଧ ସ୍ଥିତ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ନବନିର୍ମିତ ସାଇକେଲ ଷ୍ଟାଣ୍ଡ ଓ ମଧ୍ୟାହ୍ନ ଭୋଜନ କକ୍ଷ “ମୋ ସ୍କୁଲ ” ଅଭିଯାନ ଯୋଜନାରେ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବିଡିଓ ସଂଗ୍ରାମ ଶେଖର ପଣ୍ଡା ଏବଂ ବ୍ଲକ ଶିକ୍ଷାଧିକାରୀ ଠାକୁର ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ବି. ତିରୁପତି ରାଓ ପଟ୍ଟନାୟକ ପରିଚାଳନା କରିଥିଲେ ।

Advertisement