ବାଲିଗୁଡା,୨୮/୮(ସୁରେଶ କୁମାର ପଣ୍ଡା) :କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ଶ୍ରIଦ୍ଧକାର୍ଯ୍ୟ ତଥା ଦ୍ୱାଦଶ ଶୋକସଭା ନିଜ ଗ୍ରାମ ସୁଡ୍ରା ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ଦ୍ୱାଦଶ ଶୋକସଭାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଜି.ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ଲକ୍ଷ୍ମୀକାନ୍ତ ମଲ୍ଲିକ ପୂର୍ବତନ ସାଂସଦ ନକୁଳ ନାୟକ, ବରିଷ୍ଠ ବିଜେପି ନେତା କମଳା ପାଣ୍ଡେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକସଭାରେ ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହ ସ୍ମୃତିଚାରଣ କରିଥିଲେ। ପ୍ରକାଶ ଯେ, ଚଳିତ ମାସ ୧୬ତାରିଖ ଦିନ ପ୍ରତ୍ୟୁଷରେ ସାହୁରା ମଲ୍ଲିକଙ୍କ ଦେହାନ୍ତ ହୋଇଥିଲା l ବାଲିଗୁଡା ନିର୍ବାଚନ ମଣ୍ଡଳୀରୁ ତିନିଥର କଂଗ୍ରେସ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ I

















