ବ୍ରହ୍ମପୁର,୨୮/୮(ରାଜେଶ କୁମାର ରଣା): ହରିଦ୍ରl ତୈଳିକ ବୈଶ୍ୟ ସମାଜ ସଙ୍ଘ ତରଫରୁ ବୈଠକ ନୂଆ କାଳୁପାତ୍ର ସାହି ହୋଇଥିଲା I ଏହି ବୈଠକରେ ସଭାପତି ଅଭିମନ୍ୟୁ ସାହୁ, ଉପସଭାପତି ସୁଶାନ୍ତ ସାହୁ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ସଂଗଠନ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧକ୍ଷ ବନମାଳୀ ସାହୁ, ସହ ସମ୍ପାଦକ ଦେବରାଜ ସାହୁ, ମୁଖ୍ୟ ଉପଦେଷ୍ଟା ନରସିଂହ ସାହୁ, ଭଗବାନ ସାହୁ, ଯୋଗ ଦେଇ ସମାଜର ସାଂଗଠନିକ ଜନଗଣନା,ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ତଥା ଆଗମୀଦିନରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧେ ଆଲୋଚନା ହେବାସହ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ଗତ ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବ ଗୁଡିକ ଆଲୋଚନା କରିଥିଲେ I

















