କୁକୁଡାଖଣ୍ଡି ,୨୭/୮(ଇ.ରଞ୍ଜନ ) : ବର୍ଷ ବର୍ଷ ଧରି ବୋରିଗାଁ ପଞ୍ଚାୟତବାସୀ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭନ୍ନ ଯୋଜନାରେ ସୁଫଳ ପାଇ ପାରୁନଥିବା ଅଭିଯୋଗ ହୋଇଛି । ବରପଲ୍ଲୀ ,ବି.ଜଗନ୍ନାଥପୁର ,ଜକରାପଲ୍ଲୀ ,ମହୁଲପଲ୍ଲୀ ଓ ବୀରକୃଷ୍ଣଚନ୍ଦ୍ରପୁର ପ୍ରଭୃତି ଗ୍ରାମାଞ୍ଚଳ ଗୁଡିକରେ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ୱ ଲୋକଙ୍କର ବିଧବା,ଭିନ୍ନକ୍ଷମ,ଆଶହାୟଙ୍କ ସମ୍ମେତ ‘କାଳିଆ’ ଭଳି ଯୋଜନାର ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇଁ ବାରମ୍ବାର ବି.ଡ଼ି.ଓ ଙ୍କ ପାଖକୁ ଦୌଡୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ୧0 ନମ୍ବର ଯୋନ୍ ଜିଲ୍ଲା ପରିଷଦ ସଭ୍ୟ ଏଲ.ମୋହନ ଦାସଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ଗତକାଲି ବିଡ଼ିଓଙ୍କୁ ଘେରାଉ କରିଥିଲେ । ବି.ଡ଼ି.ଓ ପ୍ରତିଶୃତି ଦେଇ କହିଲେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ।
















