ଗଞ୍ଜାମରେ ପୁଣି ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

286
ADVERTISEMENT

ବ୍ରହ୍ମପୁର ,୨୭/୮(ରାଜେଶ ରଣା ) : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁଣି ୮ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ୬୦ରେ ପହଞ୍ଚିଛି । ଜିଲ୍ଲା ମ୍ୟାଲେରିଆର ଅଧିକାରୀ ଡା. ଆର୍. ଜଗଦୀଶ ପଟ୍ଟନାୟକଙ୍କ ସୂଚନା ଅନୁସା‌ରେ, ୮ଜଣ ରୋଗୀଙ୍କ ମଧ୍ୟରୁ ୭ ଜଣଙ୍କ ଘର ତିରୁପତି, ହାଇଦ୍ରାବାଦ, ପୁନେ, ସୁରାଟ, ବାଙ୍ଗାଲୁରୁ। ଅନ୍ୟଜଣେ ଖୋଡ଼ାସିଙ୍ଗି ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୪ଜଣ ବଡ଼ମେଡିକାଲ ଡେଙ୍ଗୁ ୱାର୍ଡ଼ରେ ଚିକିତ୍ସାଧୀନ ରହିଛନ୍ତି ।

Advertisement