ଭଦ୍ରକ:ଶୋରୁମ୍‌ ସାମ୍ନାରେ ଆଇନଜୀବୀଙ୍କୁ ଛୁରାମାଡ଼

365
ADVERTISEMENT

ଭଦ୍ରକ,(ଦୁନିଆ ହାଲ୍ ଚାଲ୍): ଭଦ୍ରକ ଛପୁଲିଆ ପାଣ୍ଟାଲୁନ୍‌ ଶୋ’ରୁମ୍‌ ସାମ୍ନାରେ ଜଣେ ଆଇନଜୀବୀଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ବିବେକାନନ୍ଦ ମହାନ୍ତି।ବିବେକାନନ୍ଦ ବାଇକ ଯୋଗେ ଯାଉଥିବା ବେଳେ ସୁବାସ ମହାପାତ୍ର  ଏବଂ ଯତୀନ ନାୟକ ନାମକ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ଯୋଜନା ମୁତାବକ ପୁରୁଣା ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବିବେକାନନ୍ଦଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଭଦ୍ରକ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Advertisement