ଗୁମ୍ମା ,୨୭/୮(ପ୍ରଭାତ କୁମାର ପାତ୍ର) : ଗୁମ୍ମା ବ୍ଲକ ସେରଙ୍ଗ ସ୍ଥିତ ରାଧାକାନ୍ତ ମଠ ଠାରେ ଏକ ଧର୍ମ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ବାଘଶାଳା ମଠ ମହନ୍ତ ରାଧାଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଶଙ୍କରାନଦ ଗିରି ଯୋଗ ଦେଇ ହିନ୍ଦୁ ଧର୍ମର ଗୀତା ଓ ମହାଭାରତ ସମ୍ପର୍କରେ ଆଲୋକପାତ କରିଥିଲେ । ଶହଶହ ବର୍ଷ ପୁରୁଣା ରାଧାକାନ୍ତ ମଠର ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ମହନ୍ତ ମଦନ ଗୋପାଳ ଦାସ, ସ୍ୱାମୀ ଯଶୋଦା ନନ୍ଦନ ଜୀ, ଅଖିଳ ଭାରତୀୟ ସଂଘ ସମେତ ସମ୍ପାଦକ ମହନ୍ତ ସତ୍ୟାନନ୍ଦ ଦାଶ, ଦେବୀ ମଠ ମହନ୍ତ ସୀତାରାମ ଦାସ, ସନ୍ଥ ରାମାନନ୍ଦ ଦଶ ପ୍ରମୁଖ ଯୋଗ ଦେଇ ହିନ୍ଦୁ ଧର୍ମକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ମିଳିତ ଉଦ୍ୟମ କରିବା ଉପରେ ଗୁରୁତ୍ୱରୋପ କରିଥିଲେ । କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

















