ବ୍ରହ୍ମପୁର,୨୬/୮(ରାଜେଶ କୁମାର ରଣା) : ଶିଳ୍ପାଞ୍ଚଳ ଲେବଲ କ୍ରସିଂ ଓଭର ବ୍ରିଜର ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଦାବୀ ନେଇ ସ୍ଥାନୀୟ ବିଜେପି ମଣ୍ଡଳର କର୍ମକର୍ତ୍ତା ମାନେ, ଆଜି ଜିଲ୍ଲାପାଳଙ୍କ ଅଭିଯାଗ ଶୁଣାଣିରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଜେପି କର୍ମକର୍ତ୍ତା ଶିବ ଶଙ୍କର ନାୟକ, ତୁମ୍ବେଶ୍ବର ନାୟକ, ଶିବ ଅଧିକାରୀ, ମଧୁସୂଦନ ସାହୁ ପ୍ରମୂଖ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାବୀ ଜଣାଇଥିଲେ ।

















