Tuesday, September 29, 2026
ADVERTISEMENT
Home ଆଞ୍ଚଳିକ ସୁନାମି ଟିମ ଙ୍କ କ୍ଷେତ୍ର ପରିଦର୍ଶନ l

ସୁନାମି ଟିମ ଙ୍କ କ୍ଷେତ୍ର ପରିଦର୍ଶନ l

1
ADVERTISEMENT

ରଙ୍ଗେଇଲୁଣ୍ଡା,୨୯।୦୯(ଋଷିକେଶ ବେହେରା):-ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ହାତିପାଦ ଓ ଲୌଡିଗାଁ ଗ୍ରାମ ପଂଚାୟତ ର ୫ ଗୋଟି ଗ୍ରାମକୁ ଇତିମଧ୍ୟରେ ସୁନାମି ପ୍ରବଣ ଗ୍ରାମ ଭାବେ ଚିହ୍ନଟ କରଯାଇଥିଲା ଓ ଲୋକଙ୍କ ସଚେତନତା ପାଇଁ ନାସନାଲ ସୁନାମି ରିକଗ୍ନିସନ ବୋର୍ଡ ନିର୍ଧାରିତ ୧୨ ଗୋଟି ବିଷୟକୁ ନେଇ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ପଂଚାୟତ, ଗ୍ରାମସ୍ତରରେ କରାଯାଇଥିଲା । ଏହି ଅଞ୍ଚଳର ଲୋକମାନେ କିଭଳି ଭାବେ ସୁନାମି ସମୟରେ ନିଜକୁ ପ୍ରସ୍ତୁତ ରଖିଛନ୍ତି ତାହା ଜାଣିବା ପାଇଁ ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ନାସନାଲ ସେଣ୍ଟର ଫର ଓସେନ ଇନ୍ଫରମେସନ ସର୍ଭିସ ପକ୍ଷରୁ ଡଃ ଆର ଏସ ମହେନ୍ଦ୍ର ଓ ଶ୍ରୀ କେ କୁମାର କ୍ଷେତ୍ର ପରିଦର୍ଶନ କରିଥିବାବେଳେ ଓସଡମା ପକ୍ଷରୁ ଶ୍ରୀ ମେଘନାଦ ବେହେରା, ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର (ଜରୁରୀକାଳିନ)ଶ୍ରୀ ସୁନୀଲ ସାଇ ଦେବାଶିଷ, ଡି ପି ଓ ଶ୍ରୀ ଦେବେନ୍ଦ୍ର ନାୟକ ଯୋଗଦାନ କରି ନୂଆ କୀର୍ତ୍ତିପୂର (୧୦୦୮ ଓ ଡି ଆର ପି ) ଗ୍ରାମରେ କରାଯାଇଥିବା ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବ୍ଲକସ୍ତରୀୟ,ପଂଚାୟତ ସ୍ତରୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗ୍ରାମର ସମସ୍ତ ଜନ ସମାଜ ଯୋଗଦେଇ ଏହି ଟିମ ଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ନିମିତ୍ତ ଅଗ୍ନିଶ୍ରମ, ଓଡରାଫ ଓ ଆପଦମିତ୍ର ଟିମ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଦଳ କୀର୍ତ୍ତିପୂର ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ମୋକ ଡ୍ରିଲ କାର୍ଯ୍ୟକ୍ରମ ଦେଖିବା ସହ ଆଲୋଚନା ମଧ୍ୟ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ରଙ୍ଗେଇଲୁଣ୍ଡା ବ୍ଲକ ର ନୋଡାଲ ଏନ ଜି ଓ “ବିସ୍ମୟ” ର ପ୍ରତିନିଧି ଶ୍ରୀ ବିମଲ ପଟ୍ଟନାୟକ ପରିଚାଳନା କରିଥିଲେ ।

Advertisement