Thursday, September 3, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ବିଇଓ ସନ୍ତୋଷ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର l

କୁକୁଡ଼ାଖଣ୍ଡି ବିଇଓ ସନ୍ତୋଷ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର l

3
ADVERTISEMENT

କୁକୁଡ଼ାଖଣ୍ଡି,o୩/୦୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଆସନ୍ତା ସେପ୍ଟେମ୍ବର ୫ତାରିଖରେ ଲୋକ ସେବା ଭବନ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସନ୍ତୋଷ ମହାପାତ୍ର କୁକୁଡ଼ାଖଣ୍ଡି ବ୍ଲକରେ କିଛି ବର୍ଷ ଧରି କାର୍ଯ୍ୟରତ ଥିବା ବେଳେ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ଜଣେ ଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ମନୋନୀତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବ୍ଲକର ଶିକ୍ଷାର ଗୁଣାତ୍ମକ ବିକାଶ ହୋଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ସୂଚନା ରହିଛି । ଏହି ଖବର ପ୍ରସାରିତ ହେବା ପରେ ବ୍ଲକର ଶିକ୍ଷକ ପରିବାର ତରଫରୁ ବିଇଓଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ସେହିପରି କୁକୁଡ଼ାଖଣ୍ଡି ବ୍ଲକର ଏନୟୁପିଏସ ଦକ୍ଷିଣପୁର ବିଦ୍ୟାଳୟ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିବେଚିତ ହୋଇଛି। ଏହି ପୁରସ୍କାର ନିଶ୍ଚିତ ଭାବେ କୁକୁଡ଼ାଖଣ୍ଡି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ ବୋଲି ଆଶା।

Advertisement