ବ୍ରହ୍ମପୁର,o୩/୦୯(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ନିଖୋଜ ଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଜଣକ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ ହୋଇଥିବାବେଳେ ଅଗଷ୍ଟ ୩୧ ତାରିଖରୁ ତାଙ୍କରି କୌଣସି ସନ୍ଧାନ ମିଳୁନାହିଁ।
















