କୁଚିଣ୍ଡା,୨୬।୦୮(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରେ ଝିଅ-ଜ୍ୱାଇଁ କଳିରେ ବଳିପଡ଼ିଗଲେ ଶ୍ୱଶୁର । ଜ୍ୱାଇଁ ଆନ୍ତୋନୀ ଏକ ଘାସ କଟା କଟୁରୀରେ ଶ୍ୱଶୁର କାଲୋ କଚ୍ଛପକୁ ଅତି ନିର୍ମମ ଭାବେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି । ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


















