କୁକୁଡାଖଣ୍ଡି ,୮/୦୮(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ପୋଖରୀ ଗୁଡ଼ିକ ଦୟନୀୟ ଅବସ୍ଥାରେ ପଡି ରହିଛି। ଗୋଟେ ଗୁଡ଼ିଆ ବନ୍ଦ କୁ ଛାଡିଲେ ଅନ୍ୟ ପୋଖରୀ ଗୁଡିକ ଅବସ୍ଥା ଦୟନୀୟ l ଏନେଇ ଗ୍ରାମର ଯୁବପିଢ଼ି ଅଭିଯୋଗ କରିଛନ୍ତି ଯେ, ଗ୍ରାମପଞ୍ଚାୟତ, ବ୍ଲକ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ପିଲାଖାଇ ପୋଖରୀ ଉପରେ ସନ୍ତୋଷୀ ନଗର ବାସିନ୍ଦାଙ୍କ ସମେତ ଶହ ଲୋକ ଏଠାରେ ଦୈନିକ ସ୍ନାନ କରନ୍ତି। କିନ୍ତୁ ପୋଖରୀରେ ଦଳ, ପଙ୍କ ଜମି ଦୁର୍ଗନ୍ଧରେ କମ୍ପି ଉଠୁଛିମାଲସିବନ୍ଦ ଓ ଡ୍ରେଣୀ ବନ୍ଦ, ପିଲାଖାଇ ପୋଖରୀ ନଷ୍ଟ ସହ ସମାନ ଅବସ୍ଥାରେ ରହିଛି ପଡିଆ ନିକଟସ୍ଥ ପୋଖରୀ ମଧ୍ୟ ଅପରିଷ୍କାର ରେ ରହିଛି ପାଣିରେ ସ୍ନାନ କରି ଅନେକ ଲୋକ ବିଭିନ୍ନ ଚର୍ମ ରୋଗ ଓ କୁଣ୍ଡିଆ ରୋଗରେ ଆକ୍ରାନ୍ତ ହେଲେଣି।

ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ସୂଚନା ଦେଲେ ବି ସେମାନେ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଯୁବକମାନେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ରେ ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରଶାସନ ସମ୍ପୂର୍ଣ୍ଣ ନିରବ। ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଗ୍ରାମବାସୀ ଧାରଣା କରିବେ ବୋଲି କହିଛନ୍ତି ।ସ୍ୱାସ୍ଥ୍ୟ ଓ ପରିମଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କହିଛନ୍ତି l ଗ୍ରୀଷ୍ମ ଋତୁ ରେ ଅଭିଯୋଗ କୁ ଗୁରୁତ୍ୱ ଦେଲେ ନାହିଁ ବର୍ତମାନ ବର୍ଷା ଋତୁ ରେ ବର୍ଷା ହେବା ହେତୁ ଲୋକେ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି
















