ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

3
ADVERTISEMENT

ବ୍ରହ୍ମପୁର ୧୭।୭(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା । କାର୍ ଓ ଟ୍ରକ୍ ଧକ୍କାରେ ରଣ୍ଢା ହରିଜନ ସାହିର ହରିଶ୍ଚନ୍ଦ୍ର ଦାସ ଏବଂ ତାଙ୍କ ସ୍ତ୍ରୀ ପରି ଦାସ ଙ୍କ ମୃତ୍ୟୁ । ଉଭୟ ଜାତୀୟ ରାଜପଥ ପାର ହୋଇ ଡାକ୍ତରଖାନାକୁ ଯାଉଥିଲେ । ଫଳରେ କ୍ଷତିପୂରଣ ଓ ଓଭରବ୍ରିଜ୍ ନିର୍ମାଣ ଦାବିରେ ସ୍ଥାନୀୟ ଅଞ୍ଚଳବାସୀ ୧୬ ନମ୍ବର ଜାତୀୟ ରାଜପଥର ଉଭୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଗୋଳନ୍ଥରା ପୋଲିସର ତଦନ୍ତ ଜାରି ।

Advertisement