ସମ୍ବଲପୁର,୦୯।୦୭(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ଚଳିତବର୍ଷର ପ୍ରଥମ ବନ୍ୟାଜଳ ୪ଟି ଗେଟ୍ ଦେଇ ନିଷ୍କାସନ ହେଉଛି । ଫଳରେ ନଦୀ ଅବବାହିକା ଓ ତଳମୁଣ୍ଡରେ ଥିବା ଲୋକଙ୍କୁ ମହାନଦୀରେ ପ୍ରବେଶ ନକରିବା ସହ ସତର୍କ ରହିବାକୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।
















