ଭୁବନେଶ୍ୱର,୨୮।୦୫,(ଡ଼ି.ଏଚ ବ୍ୟୁରୋ):-ଲଟେରି ମାଧ୍ୟମରେ ଆବଣ୍ଟନ ହେବ ମଦ କାଉଣ୍ଟର । ଆସନ୍ତା ଜୁନ୍ ୨ ତାରିଖ ସୁଦ୍ଧା ଲଟେରୀ ମାଧ୍ୟମରେ କେଉଁ ମଦ ଦୋକାନ କାହାକୁ ମିଳିବ ତାହା ଫାଇନାଲ ହେବlକୁ ଥିବାବେଳେ ଗୋଟିଏ ମଦ ଦୋକାନ ପାଇଁ ଜଣେ ଆବେଦନକାରୀ ୩ ଲକ୍ଷ ଟଙ୍କା ଲେଖାଏଁ ଡିପୋଜିଟ୍ କରିଛନ୍ତି । ତେବେ ରାଜ୍ୟରେ ମୋଟ ୧୨ଶହ ମଦ ଦୋକାନ ପାଇଁ ଆପ୍ଲିକେସନ ଫି ବାବଦକୁ ପ୍ରାୟ ୮ଶହ କୋଟି ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି ।
















