ସାନଖେମୁଣ୍ଡି ସାହିତ୍ୟ ସଂସଦର ସାହିତ୍ୟ ଆସର

347
ADVERTISEMENT

ସାନଖେମୁଣ୍ଡି,୨୬/୮ : ସାନଖେମୁଣ୍ଡି ମାଟି ଏକ ବୀରତ୍ବର ମାଟି ହେଲେ ମଧ୍ୟ ଏଠାରେ ସାହିତ୍ୟ ସାଧକମାନଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ଅବିସ୍ମରଣୀୟ। କବି ନରସିଂହ ମିଠଙ୍କ ଭଳି ବହୁ ଲେଖକ ସାନଖେମୁଣ୍ଡିରେ ଜନ୍ମ ଲାଭ କରି ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ଆଗାମୀ ଦିନରେ ନବାଗତ ସାହିତ୍ୟକ ମାନେ ଏହି ଧାରାକୁ ବଜାୟ ରଖି ଜଣେ ଜଣେ ସ୍ରଷ୍ଟା ଭାବେ ନୂତନ ସାହିତ୍ୟ ସୃଷ୍ଟି କରି ସାନଖେମୁଣ୍ଡିର ଗୌରବ ବଢାଇବାକୁ ଗୁରୁତ୍ୱରୋପ କରାଯାଇଛି। ପାଟପୁର ମହଲଷ୍ମୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସାହିତ୍ୟକ ରାମଚନ୍ଦ୍ର ସାହୁଙ୍କ ସବାପତିତ୍ୱରେ ଅତିଥି ଭାବେ ସାହିତ୍ୟକ ଡାକ୍ତର ଚନ୍ଦ୍ରମଣି ସ୍ଵାଇଁ, ଗବେଷକ ଡ଼. ଅନନ୍ତରାମ କର, ଡ଼. ପ୍ରଦୀପ୍ତ ଚନ୍ଦ୍ର ସିଂ, କୁରେଶୁ ପଣ୍ଡା, କବି ହୃଦାନନ୍ଦ ବାଡ଼ତ୍ୟା ଯୋଗଦେଇ ସାନଖେମୁଣ୍ଡିର ସାହିତ୍ୟ, ସଂସ୍କୃତି, ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡ଼. ପ୍ରାଣବନନ୍ଦ ପାଟଯୋଶୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। କବି ପୀତବାସ ତ୍ରିପାଠୀ, ବୃନ୍ଦାବନ ବାଡ଼ତ୍ୟା, ପ୍ରଦୀପ୍ତ ଚନ୍ଦ୍ର ସିଂ, କେ. ସିଦ୍ଧାର୍ଥ କୁମାର ଦୋରା, ସୁରେଶ ଚନ୍ଦ୍ର ନାୟକ, ସୁରଭି ରାଣୀ ନାୟକ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ। ସଂସଦର ସାଙ୍ଗଠନିକ ଆଲୋଚନା ଓ ଆଗାମୀ କାର୍ଯ୍ୟସୂଚୀ ଉପରେ ପ୍ରସ୍ତାବ ଗୃହିକ କରାଯାଇଥିଲା। ବେଣୁଧର ତ୍ରିପାଠୀ, ଭଗବାନ ବେହେରା, ଶିବରାମ ସାବତଙ୍କ ସହ ସଂସଦର ସମସ୍ତ ସଭ୍ୟ ଯୋଗ ଦେଇଥିଲେ। ସାହିତ୍ୟକ ବିନାୟକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement