ପାରଳାଖେମୁଣ୍ଡି,୨୫/୮(ପ୍ରଭାତ କୁମାର ପାତ୍ର) : ବାଲ୍ ମୁକୁନ୍ଦା କେନ୍ଦ୍ର ତରଫରୁ ଜନ୍ମାଷ୍ଟମୀ ଅବସରରେ ଆୟୋଜିତ “ବାଲ୍ ସାଧନା ଶିବିର ” ର ତୃତୀୟ ଦିବସରେ ନନ୍ଦ ଉତ୍ସବ ପାଳନ କରି ଉଦଯାପିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରାଜଗୁରୁ ସାହି ସ୍ଥିତ ପରିଛା ମଠରେ ପୂଜିତ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ପୂଜକ ତଥା କେନ୍ଦ୍ରର ପୋରଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୈାରହିତୀରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଦିବସରେ ଅଧିବେଶନ ପାଳନ ସହ କୁନୀ କୁନୀ ଛୁଆଙ୍କୁ ନେଇ ଶ୍ରୀକୃଷ୍ଣଙ୍କ ଭେଷ ଓ ବକୃତା ପ୍ରତିଯୋଗିତା ହୋଇଥିଲା । ଦ୍ବିତୀୟ ଦିବସରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ ସହ ଶ୍ରୀକୃଷ୍ଣଙ୍କ କଥାମୃତ ଏବଂ ଭକ୍ତ ସଂଗୀତ ସମାରୋହ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଶ୍ରୀଧର ଆଚାର୍ଯ୍ୟ ଏବଂ ସୂଯ୍ୟନାରାୟଣ ମିଶ୍ର ଯୋଗ ଦେଇ ଶ୍ରୀକୃଷ୍ଣଙ୍କ କଥାବାଣୀ କହିଥିଲେ। ତୃତୀୟ ଦିବସରେ ନନ୍ଦ ଉତ୍ସବରେ ସତ୍ୟନାରାୟଣଙ୍କ ପ୍ରତିନିଧିତ୍ବରେ ଶିଶୁ ମାନଙ୍କୁ ନେଇ ଦହିହାଣ୍ଡି ଖେଳ ପ୍ରଦର୍ଶନ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାର ପୂର୍ବତନ କ୍ରିକେଟ ଖେଳାଳି ତଥା ସମାଜସେବୀ ଚିତରଞ୍ଜନ ଦାସ , ଷ୍ଟେଟବ୍ୟଙ୍କ କର୍ମଚାରୀ ତଥା ପୂର୍ବତନ ରାଧାଗୋବିନ୍ଦ ଧାମର ସଭାପତି ମନମୋହନ ରାଜଗୁରୁ ଏବଂ ସତ୍ ସଙ୍ଗ ସତ୍ୟ ନାରାୟଣ ମହାରଣା ସହଯୋଗ କରିବା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଚିତ୍ର ଶିଳ୍ପୀ ତଥା ମଠ ପରିଚାଳକ ମୁରଲିଧର ପରିଛା ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୈଧିରୀ ସ୍ୱାମୀ ମୁକୁନ୍ଦାନଦ୍ଧଜିଙ୍କ ଶ୍ରଦ୍ଧୟ ଆଧ୍ୟାତ୍ମିକ ଗୁରୁ ଜଗତ୍ ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ବାଣୀ ଓ ସଦ୍ଧା , ସତ୍ ସଙ୍ଗ ଏବଂ କୃଷ୍ଣଙ୍କ ଭକ୍ତି ଏହି ତିନିଟି ଦ୍ୱାରା ସଭିଙ୍କୁ ପ୍ରାତି କରି ପାରିବା କଥାଟିକୁ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଭାରତର ଗୌରବ ଅରୁଣ ଜେଟିଲି ଏବଂ ସ୍ଥାନୀୟ ପସୁ ଡାକ୍ତର ତଥା ସମାଜସେବୀ ବନମାଳୀ ମହାପାତ୍ରଙ୍କ ଅମର ଆତ୍ମାର ସତ୍ ଗତି ନିମନ୍ତେ କେନ୍ଦ୍ର ତରଫରୁ ଗୀତା ପାଠନ ପରେ ନୀରବ ପ୍ରାର୍ଥନା କରାଯାଇଥିଲା ।

















