ଟିଟିଲାଗଡ,୨୯।୦୪(ଡ଼ି.ଏଚ ବ୍ୟୁରୋ):-ଟିଟିଲାଗଡ ଥାନା ମାରଲାଡ ଗ୍ରାମ ନିକଟରେ ପିକଅପ ଭ୍ୟାନ ସାମ୍ନାକୁ ବାଇକ ପଳାଇ ଆସିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ । ଫଳରେ ପିକଅପ ଗାଡ଼ିରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଟିଟିଲାଗଡ ହସ୍ପିଟାଲରେ ଭର୍ତି l ସମସ୍ତ ଲେସୁନବାହାଲି ଗାଁର ହୋଇଥିବାବେଳେ ପିକଅପ ଭ୍ୟାନ୍ ଯୋଗେ ବିବାହ ଭୋଜି ଖାଇ ଫେରୁଥିଲେ l ଏବଂ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।


















