ରାଉରକେଲା ୨୯।୦୪(ଡ଼ି.ଏଚ ବ୍ୟୁରୋ):-ରାଉରକେଲାରେ ବସ୍ ସହ ଟ୍ରେଲରର ମୁହାଁମୁହିଁ ଧକ୍କା ,୪ ମୃତ୍ୟୁ । ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ପ୍ରମିଳା ନାମକ ଘରୋଇ ଯାତ୍ରୀବାହୀ ବସ୍ ସହ ଟ୍ରେଲରର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ବସ ଡ୍ରାଇଭର ,ବସ କଣ୍ଡକ୍ଟର ସହ ବସ ହେଲପରଙ୍କର ଘଟଣା ସ୍ଥଳରେ ମୃତ୍ୟୁ । ସେହିପରି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ଯରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।


















