କନ୍ଧମାଳ,୨୮।୦୪(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଏନଏଚଏମରେ କାର୍ଯ୍ୟରତ ଜିଲ୍ଲା ଆକାଉଣ୍ଟ ମ୍ୟାନେଜର ପରମେଶ୍ଵର ନାଏକ ଦେବଗଡ ଆଦର୍ଶ ଥାନା ପୁଲିସ ପକ୍ଷରୁ ଗିରଫ । ସେ ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦବୀରେ ଚାକିରୀ କରାଇଦେବାକୁ କହି ୧୩ ଜଣ ଯୁବକ ଯୁବତୀଙ୍କ ଠାରୁ ଜଣଙ୍କ ପିଛା ଏକ ଲକ୍ଷ ତିରିଶ ହଜାର ଟଙ୍କା ଲେଖାଁଏ ମୋଟ ୧୫ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।


















