ନବରଙ୍ଗପୁର,୧୩।୦୪(ଡ଼ି.ଏଚ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଜୋଡ଼େଙ୍ଗା ପଞ୍ଚାୟତ ବରଗାଁରେ ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ ସୁବାସ । ୪ ବର୍ଷର ପୁଅ ଗ୍ରାମବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ସ୍ତ୍ରୀର ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ।



















