ଫୁଲବାଣୀ, ୨୫/୮(ସୁରେଶ କୁମାର ପଣ୍ଡା) :ଫୁଲବାଣୀ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଭୂବନେଶ୍ବର ଦ୍ବାରା ଆୟୋଜିତ ସ୍ବାରସ୍ବତ ସମ୍ମାନ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ଭୂଷିତ ହେଲେ ଅକ୍ଷୟ କର୍ଣ୍ଣ । ଭୂବନେଶ୍ବର ସ୍ଥିତ ରୋଟାରୀ ଭବନରେ ଆୟୋଜିତ ନିଶିଗନ୍ଧାର ପ୍ରଥମ ବାର୍ଷିକ ସାମସ୍ତରିକ ସ୍ବାରସ୍ବତ ସମାରୋହ 2019 ରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଅକ୍ଷୟ କର୍ଣ୍ଣଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗ୍ରାମରେ। ଦୀର୍ଘବର୍ଷ ଧରି ସେ ଲୋକକଳା ଲୋକ ସାହିତ୍ୟ ସହିତ ଜଡିତ ସେ ଏକାଧାରାରେ ଜଣେ କବି ସାହିତ୍ୟି ଲୋକନୃତ୍ଯ ଶିଳ୍ପୀ କଳା ଓ ସଂସ୍କୃତି ସଂଗଠକ ଭାବରେ ଜଣାଶୁଣା । ବର୍ତ୍ତମାନ କନ୍ଧମାଳ କଳା ଓ ସଂସ୍କୃତି ସଂଘର ସଭାପତି ଭାବେ କାର୍ଯ୍ୟରତ।ଅକ୍ଷୟ କର୍ଣ୍ଣଙ୍କୁ ଏହି ସମ୍ମାନରେ ଭୂଷିତ ପରେ କନ୍ଧମାଳରେ ଖୁସିର ଲହରୀ ଖେଳିଯାଇଛି ।

















