ଭୁବନେଶ୍ୱର,୧୭/୦୧(ଡ଼ି.ଏଚ ବ୍ୟୁରୋ):-ବିଜେଡିରୁ ନିଲମ୍ବନ ପରେ ବିଜେପିରେ ଯୋଗଦେଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ନେତା ବିଜେପିରେ ଯୋଗଦେଇଛନ୍ତି । ପୂର୍ବତନ ସାଂସଦ ରିତା ତରାଇ ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏମାନଙ୍କ ସହ ଯାଜପୁର ଜିଲ୍ଲାରେ ବିପୁଳ ସଂଖ୍ୟାରେ ଜନ ପ୍ରତିନିଧିମାନେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ।

















