ସାନଖେମୁଣ୍ଡି,୨୪/୮(ଏଜେନସି) : ପାଟପୁର ବସଷ୍ଟାଣ୍ଡ ପୋଲିସ ଥାନା ନିକଟରେ ଥିବା ସିଣ୍ଡିକେଟ ବ୍ୟାଙ୍କରେ ଅପରାହ୍ନରେ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଜନ୍ମାଷ୍ଟମୀ କାରଣରୁ ସରକାରୀ ବ୍ୟାଙ୍କ ବନ୍ଦ ଥିଲା। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିବାରୁ ଭେଣ୍ଟିଲେଟର ଦେଇ ଧୂଆଁ ବାହାରି ପୋଡାଗନ୍ଧରୁ ରାସ୍ତାରେ ଯାଉଥିବା ଲୋକମାନେ ଜାଣିପାରି ଅଗ୍ନିଶମ ବିଭାଗକୁ ଖବର ଜଣାଇଥିଲେ । ପାଟପୁରରେ ରହିଥିବା ଜନୈକ କର୍ମଚାରୀ ଖବର ପାଇ ଆସି ବ୍ୟାଙ୍କ ଖୋଲିଥିଲେ । ଜନସାଧାରଣଙ୍କ ସହାୟତାରେ ରୁଦ୍ଧ କୋଠରୀର ବିଦ୍ୟୁତ ସଂଯୋଗ କରିଥିଲେ । ଧୁଆଁ ମୟ ବ୍ୟାଙ୍କ ଘରେ ପରେ ଅଗ୍ନିଶମ ବିଭାଗ ପ୍ରବେଶ କରି ଅନୁଧ୍ୟାନ କରିଥିଲେ । ସର୍ଟ ସର୍କିଟ ଯୋଗୁ ନିଆ ଲାଗିଥିବା ସହ ବ୍ୟାଙ୍କର ଗୋଟିଏ ଟେବୁଲର କମ୍ପ୍ୟୁଟର ସିଷ୍ଟମ ସହ ଫେନ, ଟେବୁଲ ଓ ଦରକାରୀ ବ୍ୟାଙ୍କ ଫାଇଲ ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ ସୂଚନା ମିଳିନଥିବା ଜଣାଯାଇଅଛି ।
















