ଫେସବୁକରେ ଫେକ୍ ଏକାଉଣ୍ଟ ଖୋଲି ଶିକ୍ଷକ ଗରଫ

259
ADVERTISEMENT

ଗଜପତି, ୨୪/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜଣେ ଶିକ୍ଷକଙ୍କୁ ଫେସବୁକରେ ଫେକ୍ ଏକାଉଣ୍ଟ ଖୋଲିବା ହେତୁ ଗିରଫ କରିଛି । ଫେସବୁକରେ ଫେକ୍ ଏକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଅଶ୍ଳୀଳ ଫୋଟ ପଠେଇବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣକୁ ଗିରଫ କରିଛି । ପାରଳା ଥାନା ପରିସରରେ ପୋଲରୁ ଗ୍ରାମର ଜି. ଶତିସ୍ (27) ଜଣେ ବ୍ୟକ୍ତି ମହିଳାଙ୍କୁ ଫେସବୁକରେ ଅଶ୍ଳୀଳ ଫୋଟ ପଠେଇଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ୧୫୦/୧୯ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତଦନ୍ତରେ ଜଣାଗଲା ଯେ ସଂପୃକ୍ତ ଘଟଣାରେ ଜି. ଶତିସ୍ ଯିଏକି ଗଜପତି ଜିଲ୍ଲାର ପତ୍ତଡା ଗ୍ରାମର ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଫେସବୁକରେ ଏକ ଫେକ୍ ଏକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଅଶ୍ଳୀଳ ଫୋଟ ପଠାଉଥିଲେ । ଆଜି ପୋଲିସ ପୂବରୃ ପ୍ରସ୍ତୁତ ହୋଇ ସମ୍ପୃକ୍ତ ଶିକ୍ଷକଙ୍କୁ ଗରଫ କରି କୋର୍ଟ ଚାଲାଣ କରିଛନ୍ତି ।

Advertisement