ପାରଳାଖେମୁଣ୍ଡି,୨୪/୮(ପ୍ରଭାତ କୁମାର ପାତ୍ର) : ପାରଳା ପୋଲିସ ପକ୍ଷରୁ ଜଣେ ସୁନା ଚୋର ଗରଫ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସ୍ ପି ସାରା ଶର୍ମା ସୂଚନା ଦେଇ କହିଛନ୍ତି ଯେ ଗତ ୨୧ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ରେଖେନା ସାହିରେ ପ୍ରମୋଦ କୁମାର ପଣ୍ଡାଙ୍କ ବାସ ଭବନରେ ଦିନ ସମୟରେ ୨ଟି ନେକ୍ ଲେସ୍, ଗୋଟିଏ ମଙ୍ଗଳସୁତ୍ର, ୪ ଗୋଟି ଚେନ୍, ୧୦ ଗୋଟି ଚୁଡି, ୧୬ ଟି କାନର, ରିଙ୍ଗ ୧୪ ଗୋଟି ଆଙ୍ଗୁଠି ରିଙ୍ଗ, ଏବଂ ୨ ଗୋଟି ଲକେଟ, ଯାହାର ଆନୁମାନିକ ଓଜନ ହେବ ୩୦ ଭରି । ଚୋରୀ କରିବା ପାଇଁ ବ୍ୟବହାର ହେଉଥିବା ଜିନିସ ମଧ୍ୟରୁ ଗୋଟିଏ କଟର ମେସିନ୍, ସ୍କୁଡ୍ରାଇଭର, ପୋଲସର ମୋଟର ସାଇକେଲ, ଟାଟା ଇଣ୍ଡିଗୋ କାର ଚୋରୀ ଯାଇଥିବା ତାହା ପୋଲିସ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଥିବା ଚିନ୍ମୟ ମିଶ୍ରକୁ ପୋଲିସ ଗିରଫ କରିଛି। ଚିନ୍ମୟ ମିଶ୍ର ଏହି ସୁନା ଚୋରୀ କରିବା ପରେ ସେ ବ୍ରହ୍ମପୁର ଯିବାପାଇଁ ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ଛକ ଠାରେ ଗତକାଲି ରାତ୍ର ପ୍ରାୟ ୧୨ ଘଣ୍ଟା ସମୟରେ ଅପେକ୍ଷାରତ ଥିବା ବେଳେ ପୋଲିସ କୈାଣସି ସୂତ୍ରରୁ ଖବର ପାଇ ତାକୁ କାବୁ କରି ନେଇଥିଲେ। ତେବେ ତାକୁ ପୋଲିସ ପଚରା ଉଚରା କରିବା ପରେ ଶ୍ରୀପଣ୍ଡାଙ୍କ ଘର ଚୋରୀ କରାଯାଇଥିବା ୩୦ ଭରି ଉଦ୍ଧାର ହୋଇଥିବା ବେଳେ ସେ ଉକ୍ତ ସୁନାକୁ ନେଇ ବ୍ରହ୍ମପୁରକୁ ଯାଉଥିବା ସୂଚନା ମିଳିଛି। ଚୋରୀ ଯାଇଥିବା ଗୋଟିଏ ଦିନ ମଧ୍ୟରେ ପାରଳା ଆଦର୍ଶ ଥାନା ପୋଲିସକୁ ଏପରି ଏକ ବଡ ସଫଳତା ମିଳିଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧୬୦/୧୯ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ସଫଳତା ପାଇଁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଶରତ ଚନ୍ଦ୍ର ରାୟଙ୍କୁ ଏବଂ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସମସ୍ତ ଶ୍ରେୟ ଦିଆଯାଇଛି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଥାନା କର୍ମଚାରୀ ଉପସ୍ଥିତ ଥିଲେ।
















