ମୋରମ ଚାଲାଣ ବେଳେ ଦାଦା ବଟି ମାଗି ଜଣେ ଗିରଫ l

195
ADVERTISEMENT

କୁକୁଡାଖଣ୍ଡି,୦୩/୧୨(ଇ ରଞ୍ଜନ):-ନିମଖଣ୍ଡି ଥାନା ଅର୍ନ୍ତଗତ ଲୋଚାପଡ଼ା ନିକଟରେ ମୋରମ ଚାଲାଣ ହେଉଥିବା ବେଳେ ଚାଲାଣକାରି ଏବଂ ନିକଟସ୍ତ ଯୁବକଙ୍କ ମଧ୍ୟରେ ମାଟି ଚାଲାଣକୁ ନେଇ ବଟି ମାଗିବା କ କେନ୍ଦ୍ର କରି ପାଟିତୁଣ୍ଡ ହୋଇ ଡ଼୍ରାଇଭରଙ୍କୁ ଆକ୍ରମଣ ହୋଇଥିବା ନେଇ ନିମଖଣ୍ଡି ଥାନାରେ ଟ୍ରକ ଡ୍ରାଇଭର ଦୀପକ ସ୍ଵାଇଁ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁଯାୟୀ ଜି -ଜଗନ୍ନାଥପୁର ଗ୍ରାମର ଯୁବକ ସିଏଚ ବିକି କୁମାର ପାତ୍ର ସୋମବାର ଦିନ ପଲ୍ଲୀ ଗାଁ ଛକ ଦେଇ ଭାବିନିପୁର ଅଭିମୁଖେ ମୋରମ୍ ବୋଝେଇ ଟିପ୍ପର ଚଳାଇ ଭାବିନିପୁର ଯାଉଥିବା ବେଳେ, ବିକ୍କି ପାତ୍ର ଯିଏକି ସ୍ଥାନୀୟ ଅଞ୍ଚଳରେ ଜଣେ ଅସାମାଜିକ ବ୍ୟକ୍ତି, ତାଙ୍କୁ ଅଟକାଇ ୧୦୦୦ ଟଙ୍କା “ଦାଦାବଟି” ଦାବି କରିଥିଲେ ଏବଂ ତାଙ୍କୁ ବଟି ଆଦାୟ ପାଇଁ ଭୟ ଦେଖାଇଥିଲେ। ସେ “ଦାଦାବଟି” ଦେବାକୁ ମନା କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଆକ୍ରମଣ କରିବା ଥାନାରେଅଭିଯୋଗ କରିଥିଲେ। ସେ ଆହୁରି ଧମକ ଦେଇଥିଲେ ଯେ ଯଦି ଅଭିଯୁକ୍ତ ଏହି ରାସ୍ତାରେ ଆସେ ତେବେ ସେ ତାଙ୍କୁ ହତ୍ୟା କରିବେ। ଭୟରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ୩୬୭/୨୫ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ସ୍ଥାନାନ୍ତର କରିଥିବା ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି l ନିମଖଣ୍ଡି ଥାନା ଗୁରୁଣ୍ଠି ଅଞ୍ଚଳ ରେ ମୋରମ ଚୋରି ଘଟଣା ନୂଆ ନୁହେଁ ଏଭଳି ଘଟଣା ପ୍ରସାସନ ପକ୍ଷରୁ ରୋକା ନଗଲେ ଆଗମୀ ଦିନରେ ମାନଙ୍କ ରେ ଭୟାନକ ପରିସ୍ଥିତି ଉପୁଜିବା ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା l

Advertisement