ଭଦ୍ରକ,୧୦/୧୦(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ l ତଦନ୍ତ ପାଇଁ ନକଲି ପୋଲିସ ପଠାଇଥିବାରୁ ଭଦ୍ରକ ଏସପି ମନୋଜ ରାଉତ ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବିତ କରିଛନ୍ତି । ଘରୋଇ ବିବାଦକୁ ନେଇ ଗ୍ରାମାଞ୍ଚଳ ଥାନାରେ ଦୁଇ ଜଣ ମହିଳା ଅଭିଯୋଗ ଆଣିଥିଲେ । କିନ୍ତୁ ସବ୍ ଇନ୍ସପେକ୍ଟର ନିଜେ ନ ଯାଇ ସରକାରୀ ବାଇକ୍ ଦେଇ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଥିଲେ ।


















