ନବରଙ୍ଗପୁର,(ଡ଼ି.ଏଚ ବ୍ୟୁରୋ):-ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡୀୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଆଶାକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଆଶାକର୍ମୀ ଉମରକୋଟ ବ୍ଲକ ବଡ଼ବାସିନୀ ଗାଁର ଦୟମତି ଭତ୍ରା ହୋଇଥିବାବେଳେ ଘଟଣାର ତଦନ୍ତ ସହ କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀ, ପରିବାର ଲୋକେ ଓ ଆଶାକର୍ମୀ ସଂଘ ଉମରକୋଟ ସହର ମୁଖ୍ୟ ରାଜରାସ୍ତାରେ ମୃତଦେହ ରଖି ୪ ଘଣ୍ଟା ଧାରଣା ଦେଇଥିଲେ।

















