Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଆସିକା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିଶକ୍ତି ଭବନରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ

ଆସିକା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିଶକ୍ତି ଭବନରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ

361
ADVERTISEMENT


ଆସିକା,୨୪/୮(ଏଜେନସି) : ଆସିକା ବସଷ୍ଟାଣ୍ଡ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିଶକ୍ତି ଭବନରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୭ଟାରେ ଆୟୋଜିତ ଇଶ୍ୱରୀୟ ଜ୍ଞାନ ଶୁଣିବା ପରେ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣି ଆଧ୍ୟାତ୍ମିକ ରହସ୍ୟ ସମସ୍ତଙ୍କୁ ଶୁଣାଇଥିଲେ । ଶ୍ରୀକୃଷ୍ଣ ଓ ଶ୍ରୀରାଧାର ମନୋରମ ଦୃଶ୍ୟ ଏବଂ ଆଧ୍ୟାତ୍ମିକ ନୃତ୍ୟରେ ସମସ୍ତ ଭାଇ ଓ ଭଉଣି ସାମିଲ ହୋଇଥିଲେ । ଭାରତୀୟ ସଂସ୍କୃତିକୁ କେବଳ ମନେ ପକାଇବା ନୁହେଁ, ଚରିତ୍ରକ ଏବଂ ଆଧ୍ୟାତ୍ମିକ ବିକାଶ ଦ୍ୱାରା ପୁନର୍ବାର ଦୈ÷ବି ସଂସ୍କୃତି ସ୍ଥାପନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା । ବୈଷ୍ଣବ ମତରେ ଆସନ୍ତା ୨୪ ତାରିଖ ରାତି ୧୨ଟାରେ ଠାକୁର ଜନ୍ମ ହେବେ । ସଂଧ୍ୟା ୬.୩୦ ମିନିଟରେ ସଂଧ୍ୟା ଆଳତି କରାଯିବ । ଏହାପରେ ଗୁରୁପୂଜା ପରଠାରୁ ଦର୍ଶନ, ଆଳତି, ଭଜନ କୀର୍ତନ ସକାଳ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏବଂ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ସଂଧ୍ୟା ଆଳତି ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜିତ ହେବ । ମଧ୍ୟରାତିରେ ଶ୍ରୀକୃଷ୍ଣଙ୍କ ଜନ୍ମପରେ ମହାଆଳତି ରାତି ୧ଟାରେ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମପରେ ଉପସଧାରୀଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ । ଆସନ୍ତା ୨୫ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ ବୋଲି ସୂଚନା ରହିଛି । ପରିଶେଷରେ ସମସ୍ତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିଲା । ବ୍ରହ୍ମକୁମାର ସତ୍ୟପ୍ରିୟ ରଥ, ରାଜେନ୍ଦ୍ର, ମୋହନ,ନିରଞ୍ଜନ, ବସନ୍ତ, ଭାଗ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।

Advertisement