ନିମଖଣ୍ଡି ସରସ୍ବତି ଶିଶୁ ବିଦ୍ଯାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

358
ADVERTISEMENT

କୁକୁଡାଖଣ୍ଡି,୨୩/୮(ଇ ରଞ୍ଜନ) : ନିମଖଣ୍ଡି ସରସ୍ବତି ଶିଶୁ ବିଦ୍ଯାମନ୍ଦିର ପରିସରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉସ୍ଛବ ପାଳିତ ହୋଇଯାଇଛି ୲ ଏହି ଉସ୍ଛବରେ ବ୍ରହ୍ମପୁର ଆଂକୁଲି ସ୍ଥିତ ଦିବ୍ଯଜୀବନ ସଂଘର ପ୍ରବଚକ ଶ୍ରୀ କେ.ସୂର୍ଯ୍ଯନାରାୟଣ ଦାସ ମୁଖ୍ଯ ଅତିଥୀ ରୂପେ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହ ଶ୍ରୀକୃଷ୍ଣଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ ୲ ସଭାପତି ଡା-ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଉସ୍ଛବରେ ପୋରହିତ୍ଯ କରି ଗୀତାରେ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ଗୁଡିକର ଆଜିବି ପ୍ରସଗିଂକତା ରହିଛି ବୋଲି ମତବ୍ଯକ୍ତ କରିଥିଲେ ୲ ସଂପାଦକ ଡା-ବିପିନ ବିହାରୀ ସାହୁ ଦ୍ବାପର ଯୁଗରେ ମହାଭାରତ ଯୁଧ୍ଧରେ ଶ୍ରୀ କୃଷ୍ଣଂକ ଭୂମିକା ସଂପର୍କରେ ବୁଝାଇଥିଲେ ୲ ଅନ୍ଯମାନଙ୍କ ମଧ୍ଯରେ ଯୁଗ୍ମ ସଂପାଦକ ଶ୍ରୀ ଅଭିରାମ ସାହୁ ,କୋଷାଧକ୍ଷ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ୲ ପ୍ରଧାନ ଆଚାର୍ଯ୍ଯ ସତ୍ଯ ନାରାୟଣ ଆଚାର୍ଯ୍ଯ ସ୍ବାଗତ ଭାଷଣ ସହ ଅତିଥିଂକ ପରିଚୟ ପ୍ରଦାନ କରିଥିଲେ ୲ ଏହି ଅବସରରେ କୃଷ୍ଣ ଓ ରାଧା ବେଶ ଧାରୀ ଛୋଟ ଛୋଟ ଶିଶୁଂକ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା ୲ ଆଚାର୍ଯ୍ଯା ସମୀତା ରାଣୀ ପାଣିଗ୍ରାହୀ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ୲ ପରି ଶେଷରେ ସଂପାଦକ ଡା- ବିପିନ ବିହାରୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ୲

Advertisement