ବ୍ରହ୍ମପୁର,୨୩/୮(ରାଜେଶ ରଣା) : ଆଧ୍ୟାତ୍ମିକ ପରିବେଶ ବିନା ଶାନ୍ତି ପ୍ରତିଷ୍ଠା ଏବଂ ସୁସ୍ଥ ଭାବନା ସୃଷ୍ଟି ହେବା ଅସମ୍ଭବ l ଏକ୍ଷେତ୍ରରେ ପ୍ରାରମ୍ଭରୁ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀକୃଷ୍ଣ ଚେତନାର ଭାବଗତ ସମନ୍ଧ ସ୍ଥାପିତ ହେଲେ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ମାଧ୍ୟମ ସହ ଚରିତ୍ର ଗତ ବିକାଶ ସମ୍ଵମ୍ଭପର ହେବ ବୋଲି ଶୁକ୍ରବାର ଦିନ ଭାଂଜବିହାର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ଉତ୍ସବରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି l

ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜାହ୍ନବୀ ଦେବୀ ଯୋଗ ଦେଇଥିବା ବେଳେ ସାମ୍ନାନିତ ଅତିଥି ରୂପେ ବିଦ୍ୟାଳୟ ପୂର୍ବତନ ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ରୀୟାରାଣୀ ନାୟକ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଶିକ୍ଷୟତ୍ରୀ ସୁଶ୍ରୀ ବନିତା କୁମାରୀ ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପରେ ଶ୍ରୀକୃଷ୍ଣଙ୍କ ଉପରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ଶିଶୁଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃଷ୍ଣ ଓ ରାଧା ବେଶରେ ଆସିଥିବା ଶିଶୁ ଭାଇ ଭଉଣୀଙ୍କୁ ପୂଜା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଆଚାର୍ଯ୍ୟ ଦଣ୍ଡପାଣି ସାହୁ ଓ ସନ୍ଧ୍ୟାରାଣୀ ତ୍ରିପାଠୀ ସଂଯୋଜନା କରିଥିଲେ l
















