ହିଞ୍ଜିଳିକାଟୁରେ ଜନ୍ମାଷ୍ଟମି ପାଳିତ

257
ADVERTISEMENT

ହିଂଜିଳିକାଟୁ, ୨୩/୮ (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେଶବ ମାଧବ ସରସ୍ୱତୀ ଶିଶୁ ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ଗୁଡ଼ିକରେ ଜନ୍ମାଷ୍ଟମି ପର୍ବ ପାଳିତ ହୋଇଯାଇଛି । ଜନ୍ମାଷ୍ଟମି ଉପଲକ୍ଷେ କୋମଳମତି ଶିଶୁ ମାନଙ୍କୁ ସୁନ୍ଦର କୃଷ୍ଣ ବେଶରେ ସୁସଜ୍ଜିତ କରି ବିଦ୍ୟା ମନ୍ଦିରକୁ ଅଣାଯାଇଥିଲା । ବିଦ୍ୟା ମନ୍ଦିରରେ ପୂଜାର୍ଚ୍ଚନା ପରେ କୃଷ୍ଣ ବେଶରେ ସୁସଜ୍ଜିତ ଶିଶୁ ଶିକ୍ଷାର୍ଥୀ ମାନଙ୍କୁ ନଗର ପରିଭ୍ରମଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ରାଳବ, ସିକିରି, ନନ୍ଦିକ, କଂଚୁରୁ, ଦୁର୍ବନ୍ଧ, ସମରଝୋଳ, ମକରଝୋଳ, ଅନ୍ତରିଗାଁ, ସାରୁ, ବୁରୁପୋଡ଼ା, ବେଲଗାଁ ପ୍ରଭୃତି ଅଂଚଳରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ଶିଶୁ ମନ୍ଦିର ଗୁଡ଼ିକରେ ମଧ୍ୟ ଜନ୍ମାଷ୍ଟମି ପର୍ବ ପାଳନ କରାଯାଇଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ରାଧାକୃଷ୍ଣ ଓ ଗୋପିନାଥ ମନ୍ଦି ଗୁଡ଼ିକରେ ଜନ୍ମାଷ୍ଟମି ଉପଲକ୍ଷେ ଦିନ ତମାମ ଭକ୍ତ ମାନଙ୍କ ଗହଳି ଲାଗି ରହିଥିଲା ।

Advertisement