କନ୍ଧମାଳ,୨୩/୮(ଏଜେନସି) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତରେ ରହୁଥିବା ଅଷ୍ଟମ ବାଟାଲିୟନ ସିଆରପିଏଫ କମାଣ୍ଡ ଅଫିସରଙ୍କ ଅଚାନକ ରକ୍ତଚାପ ଜନିତ ରୋଗରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ I ଡାକ୍ତର ମର ଶରୀରକୁ ତୁମୁଡିବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଇଥିଲେ I ମୃତ ହୋଇଥିବା ଯବାନଙ୍କ ନାମ ଦିଲେଶ୍ଵର ବଡୁ ଘର ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି I
















