ବ୍ରହ୍ମପୁର,୨୩/୮(ଏଜେନସି) : ଲୋଚାପଡ଼ା ଠାରେ ଖ୍ରୀଷ୍ଟିୟାନ ସାହି ଠାରୁ ଶିବ ମନ୍ଦିର ପର୍ଯନ୍ତ ମୁଖ୍ୟ ରାସ୍ତାରେ ପଚାଶରୁ ଉର୍ଦ୍ଧ ଗାଈ ବୁଲୁଥିବାର ଦେଖାଦେଇଛି l ଗାଈ ଗୁଡିକ ରାସ୍ତାରେ ଠିଆ ହେଉଥିବାରୁ ଜନସାଧାରଣଙ୍କ ଯାତାୟତରେ ଅନେକ ଅସୁବିଧା ହେଉଛି l ଏହି ରାସ୍ତାରେ ଦୁଇ ଚକିଆ ଯାନ ଠୁ ଆରମ୍ଭ କରି ଅଠର ଚକିଆ ଯାନ ପର୍ଯନ୍ତ ଯାତାୟାତ କରୁଛନ୍ତି l ରାସ୍ତାରେ ଗାଈ ଗୁଡିକ ରହୁଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି l ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଞ୍ଚଳବାସୀ କହିଛନ୍ତି l ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ରାସ୍ତାରୁ ଗାଈ ମାନଙ୍କୁ ହଟାଉଛି l

















