Wednesday, August 19, 2026
ADVERTISEMENT
Home Uncategorized ବାଲେଶ୍ୱର: ଟ୍ରକ୍‌ ପଛରେ ଧକ୍କା ଦେଲା ଭୁବନେଶ୍ୱର-ରାଇରଙ୍ଗପୁର ବସ୍‌

ବାଲେଶ୍ୱର: ଟ୍ରକ୍‌ ପଛରେ ଧକ୍କା ଦେଲା ଭୁବନେଶ୍ୱର-ରାଇରଙ୍ଗପୁର ବସ୍‌

484
ADVERTISEMENT

ବାଲେଶ୍ୱର(ଦୁନିଆ ହାଲ୍ ଚାଲ୍): ଗୁରୁବାର ପ୍ରତ୍ୟୁଷରେ ସୋର ଥାନା ଅନ୍ତର୍ଗତ ବାରିକପୁର ଅଞ୍ଚଳ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଟ୍ରକ୍‌ ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତିଜଣକ ହେଉଛନ୍ତି ରାଇରଙ୍ଗପୁର ନିବାସୀ ୫୦ ବର୍ଷିୟ ମାନୁ ଟୁଡୁ। ସେ ଦୁର୍ଘଟନା ଘଟାଇଥିବା ବସ୍‌ରେ ହେଲ୍‌ପର୍‌ କାମ କରୁଥିଲେ। ସାଇଶଙ୍କର ନାମକ ସେ ଘରୋଇ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ରାଇରଙ୍ଗପୁର ଯାଉଥିଲା। ରାତି ପ୍ରାୟ ୩ଟା ବେଳେ ସେ ରାସ୍ତାପାର୍ଶ୍ୱରେ ରଖାଯାଇ ଚକା ବଦଳା ହେଉଥିବା ଟ୍ରକ୍‌ ପଛରେ ସାଇସଙ୍କର ବସ୍‌ ପିଟି ହୋଇ ଯାଇଥିଲା। ଫଳରେ ବସ୍‌ ସାମ୍ନାର ବାମପାର୍ଶ୍ୱ କ୍ଷତିଗ୍ରସ୍ତ ହେବା ସହ ହେଲ୍‌ପର୍‌ ଟୁଡୁ ସାଙ୍ଘାତିକ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବାଟରେ ଟୁଡୁଙ୍କର ମୃତ୍ୟୁ ଘଟିଥିଲା।ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍‌ଟିକୁ ଜବତ କରିଛି। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି।

Advertisement