ପାରଳାଖେମୁଣ୍ଡି,୨୧/୮(ପ୍ରଭାତ କୁମାର ପାତ୍ର) : ଗଜପତି ପୋଲିସର ୨୦ ଦିନର “ଉଡାନ” କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦଯାପିତ ହୋଇସାରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗଜପତି ପୁଲିସ ବେକାର ଯୁବକଯୁବତୀଙ୍କୁ ସାମରିକ ଓ ଅର୍ଧସାମରିକ ଯୋଗଦେବା ପାଇଁ ପ୍ରସ୍ତୁତି କରାଯାଇଥିଲା। ଏହି ଉଦଯାପିତ ଉତ୍ସବରେ ଏସିପି ସାରା ଶର୍ମା ଯୋଗଦେଇ ତାଲିମ ଗ୍ରହଣ କରିଥିବା ଯୁବକଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପୁସ୍ତକ ସହ ଏକ କିଟ୍ ପ୍ରଦାନ କରିଥିଲେ। ଏହି ଶିବିରରେ ଜିଲ୍ଲାର ୧୫ ରୁ ୨୨ ବର୍ଷ ୨୧୭ ଜଣ ଯୁବକଯୁବତୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଦକ୍ଷତା ବିକାଶ ପାଣ୍ଠିରୁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ମିଳିଛି ପାଣ୍ଠି ଆସିବା ପରେ ଶିବିରରେ ଯୋଗଦେଇଥିବା ପିଲାମାନେ ଦେଇଥିବା ଟଙ୍କା ଫେରି ପାଇବେ ବୋଲି ଏସିପି ସାରା ଶର୍ମା ଘୋଷଣା କରିଥିଲେ। ଗ୍ରାମାଞ୍ଚଳର ବହୁ ପ୍ରତିଭା ଥିବା ଯୁବକଯୁବତୀ ରହିଛନ୍ତି। ତେଣୁ ଉପଯୁକ୍ତ ପ୍ରଶିକ୍ଷଣ ନଥିବାରୁ ଯୁବକଯୁବତୀ ବିଫଳ ହେଉଛନ୍ତି। ସେମାନଙ୍କୁ ସଠିକ୍ ପ୍ରଶିକ୍ଷଣ ମିଳେ ସେମାନେ ସଫଳ ହୋଇ ସାମରିକ ଓ ଅର୍ଧସାମରିକରେ ଯୋଗ ଦେଇପାରିବେ ବୋଲି ଏସପି ସାରା ଶର୍ମା ଏହି “ଉଡାନ”କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି। ଏହି ଶିବିରରେ ଗଜପତି ପୁଲିସର ବଛାବଛା ଅଧିକାରୀ ଏବଂ ସିପାହୀ ଯୁବକଯୁବତୀ ମାନଙ୍କୁ ତାଲିମ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସିପି ଶାନ୍ତୁନୁ ଦାଶ, ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପ୍ରମୁଖଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।
















